ଆଶାତୀତ ସପନ
.ଭାବି ଭାବି ରାତି ପାଇଲା ଲୋ ସଙ୍ଗୀ ସପନେ ନାହିଁ ବି ଦେଖା କେତେ ଆଉ କଡ଼ ଲେଉଟାଇ ସତେ ତା' କଥା ଭାବିବି ଏକା ॥ ମନ ମୋ ଅଧିର ଶୁଣେନାହିଁ କିଛି ଝୁରେ ଖାଲି ରାତି ଦିନ କେବେ ବିଦେଶରୁ ଦେଶକୁ ଫେରିବ ଉଇଁବ ପୁନେଇ ଜହ୍ନ ॥ ଟାହି ଟାପରାକୁ ଖାତିର୍ ନକରି ତୋଳେ ସାତସ୍ଵର ରାଗ ବିରହିଣୀ ସାଜି ପ୍ରେମ ପସରାର ପାଉନି ସେ ଥଳକୂଳ॥ ...