ଆଶାତୀତ ସପନ
.ଭାବି ଭାବି ରାତି ପାଇଲା ଲୋ ସଙ୍ଗୀ
ସପନେ ନାହିଁ ବି ଦେଖା
କେତେ ଆଉ କଡ଼ ଲେଉଟାଇ ସତେ
ତା' କଥା ଭାବିବି ଏକା ॥
ମନ ମୋ ଅଧିର ଶୁଣେନାହିଁ କିଛି
ଝୁରେ ଖାଲି ରାତି ଦିନ
କେବେ ବିଦେଶରୁ ଦେଶକୁ ଫେରିବ
ଉଇଁବ ପୁନେଇ ଜହ୍ନ ॥
ଟାହି ଟାପରାକୁ ଖାତିର୍ ନକରି
ତୋଳେ ସାତସ୍ଵର ରାଗ
ବିରହିଣୀ ସାଜି ପ୍ରେମ ପସରାର
ପାଉନି ସେ ଥଳକୂଳ॥
ସେ ଆଶା ଆକାଶେ ଆଜି କାଇଁଲୋ
ଫୁଟେନାଇଁ ପାରିଜାତ
ଅଜଣା ସହରେ ଅଦେଖା ଭୟରେ
ସପନ ବି ଆଶାତୀତ ॥
******କଳ୍ପନା ମିଶ୍ର*****

Comments
Post a Comment