ବେକାବୁ ମନ


ନିଦଭରା ଆଖି ବି
ଅନୁଭବ କରେ ତୁମ
ଆସିବାର ପାଦ ଶବ୍ଦ,
କାହିଁକି କେଜାଣି.......
ଘଡିର ସେକେଣ୍ଡ କଣ୍ଟା ଠାରୁ
ବେଗ ବଢାଇ
ନିଜକୁ ବେକାବୁ କରେ
ହୃଦୟର ପ୍ରତିଟି ସ୍ପନ୍ଦନ ॥

ଅଜାଣତରେ
ମନଆଇନା ଦେଖି
ନିଜ ରୂପକୁ ଏମିତି
ସଜେଇବାରେ ହୁଏ ମସଗୁଲ
ସତେକି...... 
ନିମିଷକେ ଆପଣେଇବ
ପ୍ରିୟତମର ପ୍ରେମ ଭରା ନୟନ ॥

Comments

Popular posts from this blog

ଧୈର୍ଯ୍ୟର ପରିଧି

ଆଶାତୀତ ସପନ