ଧୈର୍ଯ୍ୟର ପରିଧି



ଦୁଃଖର ପାହାଡଟା
ମୁଣ୍ଡ ଉପର ଛାତକୁ
ଏମିତି ଦୋହଲାଇ ଦିଏ ଯେ,
ନା ଆଗକୁ ବଢ଼ିବାର,
ନା ପଛକୁ ଚାର୍ହିବାର
ସୁଯୋଗ
ହାତ ମୁଠାରେ ପଡ଼େ ॥

ଧୈର୍ଯ୍ୟର ପରିଧିଟା
ଦିଗ୍ ବଳୟର କବରୀ ଚିରି
ହୋଇଯାଏ ଅର୍ନ୍ତଧ୍ୟାନ,
ନା କାନ୍ଦିବା ପାଇଁ
ଆଖିରେ ଲୁହ,
ନା ପାଇବାର
ଅଛି ଅବଶୋଷ ॥
                         କଳ୍ପନା ମିଶ୍ର

ଆପଣାର
ଚିହ୍ନା ଜଣା ମୁହଁ ବି
ଦେଖିନଦେଖିଲା ଭଳି
ବାଟ ଭାଙ୍ଗିଯିବାରେ
କରନ୍ତିନି ଅବହେଳା,
ଏସବୁ ପରେ ବି
ଭାଗ୍ୟକୁ ଆଦରି
ନିଜକୁ କରେ ତଳିତଳାନ୍ତ ॥

                                . କଳ୍ପନା ମିଶ୍ର

Comments

Popular posts from this blog

ଆଶାତୀତ ସପନ

ବେକାବୁ ମନ