ପ୍ରେମ ପକ୍ଷୀ

ପ୍ରେମ ପକ୍ଷୀ
ପଞ୍ଜୁରୀର ଶିକୁଳି ତାଡି
ଅତୀତର ସେ,
ଅଫେରନ୍ତା ଅପାସୋରା
ଶୁନ୍ ଶାନ୍
ଅନ୍ଧାରୀ ମୂଲକ ଆଡ଼େ
ଡେଣା ମେଲେଇ
ଉଡ଼ିବାର ଅନୁଭବ ଟା
ବେଶ୍ ମଜାଦାର୍ ॥

ମୁରୁକା ହସାରେ
କାହାର ଲକ୍ଷ୍ଯ ଅଲକ୍ଷ୍ୟରେ
କାଟିଥିବା ଦିନ ଗୁଡ଼ା
ତା' ସ୍କୃତିକୁ ଏମିତି
ରୋମନ୍ଥନ କରୁଥିଲା ଯେ
ଧରାପଡ଼ିବାର ଭୟଟା ଥିଲା
ବିଚରା ପକ୍ଷୀର
ମନଠୁଁ କୋଶେ ଦୂର ॥
                                    କଳ୍ପନା ମିଶ୍ର
                    

Comments

Post a Comment

Popular posts from this blog

ଧୈର୍ଯ୍ୟର ପରିଧି

ଆଶାତୀତ ସପନ

ବେକାବୁ ମନ